ବଜ୍ରପାତରେ ଯୁବକ ମୃତ୍ୟୁ !

1 min read
Spread the love

ଭଦ୍ରକ,୧୧/୦୯/୨୩ (ମୁନା ପଟ୍ଟନାୟକ) ବଜ୍ରପାତରେ ଯୁବକ ମୃତ୍ୟୁ ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ବଜରାପୁର ପଞ୍ଚାୟତ ରାଜଗରପୁର ଗ୍ରାମରେ। ହୋମିଓପ୍ୟାଥିକ ଡ଼ାକ୍ତର ବିଜୟ ନାୟକଙ୍କ ପୁଅ ବାସୁଦେବ ନାୟକ ,୩୬ବର୍ଷ ସେ ନିଜର ଏକ ଚିଙ୍ଗୁଡ଼ି ପୋଖରୀ ରେ କାମ କରୁଥିବା ସମୟରେ ବଜ୍ରପାତରେ ସିକାର ହୋଇଥିବା ଜଣାପଡିଛି ।ଘର ପରିବାର ଲୋକ ତା ପାଖରେ ଥିବା ମୋବାଇଲ କୁ ଅନେକ କଲ କରିଥିଲେ ହେଲେ ରିଙ୍ଗ ହେଉଥିଲା ହେଲେ କେହି ଉଠାଉ ନଥିଲେ ଶେଷରେ ଆସି ଦେଖିବା ପରେ ପୋଖରୀ ନିକଟସ୍ଥ ହୁଡାରେ ଅଚେତ ଅବସ୍ତାରେ ପଡିରହିଥିବା ଦେଖି ସେଠାରୁ ଆମ୍ବୁଲାନ୍ସ ସାହାଯ୍ୟ ରେ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ ।ପରେ ସେଠାରେ ବାଂଶଡା ପୋଲିସ ପହଞ୍ଚି ସବଟିକୁ ଜବତ କରିବା ସହ ଦେହ ବେବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।ଏ ଖବର ପାଇ ଗ୍ରାମରେ ଏକ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *