RBI ତରଫରୁ ରକ୍ତଦାନ ଶିବିର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ….!
1 min read
ସତ୍ୟବାଦୀ:୧୫/୧୧/୨୦୨୩ (ବ୍ୟୁରୋ) ବୁଧବାର ଦିନ ସତ୍ୟବାଦୀ ଦେବରାଜ କଲ୍ୟାଣ ମଣ୍ଡପ ଠାରେ ରାହାସବିହାରୀ ଇନଷ୍ଟିଚ୍ୟୁଟ ୱେଲଫେୟାର ଫାଉଣ୍ଡେସନ ତରଫରୁ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ବିଭାଗ ଓ ଆମ ଓଡ଼ିଶା ର ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଉଦ୍ଘାଟନ କରିଥିଲେ। ସତ୍ୟବାଦୀର ସ୍ବେଛାସେବୀ ମାନେ ନିଜ ଇଚ୍ଛା ରେ ରକ୍ତ ଦାନ କରି ଅନ୍ୟକୁ ଜୀବନ ଟିଏ ଦାନ କରିଥିବା କହିଛନ୍ତି । ସମୁଦାୟ ୧୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ହସ୍ତଗତ ହୋଇଛି । ରକ୍ତଦାନ ଶିବିର ଶେଷ ହେବା ପରେ ଗୋପାଳଜୀଉ ଙ୍କ ମନ୍ଦିର ସମ୍ମୁଖରେ ରକ୍ତଦାନ ଶିବିର ଉପଲକ୍ଷେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡାକ୍ତର ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଓଁପ୍ରକାଶ ମିଶ୍ର ,ମହାନାୟକ ରାମଚନ୍ଦ୍ର ପୂଜା ବଡ଼ପଣ୍ଡା, କୁଳମଣି ବିଶ୍ୱାଳ, କବି ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର ନାଥ ଷଡଙ୍ଗୀ, ବିଷ୍ଣୁପ୍ରିୟା ବରାଳ ଯୋଗ ଦେଇ ଅତିଥି ଆସନ ଅଳଙ୍କୃତ କରି କାର୍ଯ୍ୟକ୍ରମର ମର୍ଯ୍ୟାଦା କୁ ବୃଦ୍ଧି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ର ବିଭିନ୍ନ ବରିଷ୍ଠ ଅଧିକାରୀ ,ସାମାଜସେବୀ, କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସତ୍ୟବାଦୀର ଅଗ୍ରଣୀ ସାମ୍ବାଦିକ ଏବଂ ବରିଷ୍ଠ ସାମ୍ବାଦିକ ରୂପେ ଅମର ଶତପଥୀଙ୍କୁ ଆର ବି ଆଇ ତରଫରୁ ଡାକ୍ତର ସମ୍ବିତ ପାତ୍ର ଉତ୍ତରୀୟ , ଉପଢୌକନ ଏବେ ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ସମାଜକୁ ସଠିକ ଦିଗଦର୍ଶନ ଦେବା କହିଥିଲେ ଆୟୋଜକ ଧୀରେନ୍ଦ୍ର କୁମାର ଜେନା । ଏହି କାର୍ଯ୍ୟକ୍ରମ କୁ ମଞ୍ଚ ଉପରେ ରହି ସଞ୍ଚାଳନ କରିଥିଲେ ଶ୍ରୀଯୁକ୍ତ ହୋତା । ଜଗତର ନାଥ ଜଗନ୍ନାଥ ଙ୍କ ଚରଣ ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସର୍ବ ଶେଷରେ ଅଳଗୁମ ପୁଯ୍ୟପୂଜା କମିଟି ସଭାପତି କୁଳମଣି ବିଶ୍ୱାଳ ନିଜର ସାହିତ୍ୟିକ ଭାଷା କୁ ସଂଯୋଜିତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।