ଲୁଗେଲ ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଡ. ବି.ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି
1 min read
କାଳିମେଳା:୧୫/୧୦/୨୦୨୩ (ଅନୁପ ବୋଲ) ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ୍ ଲୁଗେଲ୍ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଡ. ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା ଉପସ୍ଥିତ ରହିଥିବା ବେଳେ ଅନ୍ୟ ଅତିଥି ରୂପେ ଅଞ୍ଚଳର ସମାଜ ସେବୀ ଡ. ଉତ୍ତମ ମଲ୍ଲିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲୁଗେଲ୍ ରୋ ପ୍ରଧାନ ଶିକ୍ଷକ ତପନ କୁମାର ବଇନ, ଏମ୍ ପି ଭି ୮୨ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାବରିଶ ଦାସ, ଆନନ୍ଦ ଢ଼ାଳି, ରବୀନ୍ଦ୍ର ନାଥ ମଣ୍ଡଳ, ଲୁଗେଲ- ସରପଞ୍ଚ ବୋଜା ସୋଡି ଯୋଗଦେଇଥିଲେ । ସଭାପତି ଭାବେ କାଳିମେଳା ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇ ରହିଥିବା ବେଳେ ସଭା ପରିଚାଳନା ଏମ୍ ଭି ୮୮ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାର କରିଥିଲେ । ଶେଷରେ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ…..!