ଆଜି ଡୁକୁମ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା
1 min read
ରାୟଗଡ଼ା :୦୩/୧୦/୨୦୨୩ (ମନୋଜ କୁମାର ପ୍ରଧାନୀ) ଆଜି ଡୁକୁମ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲ୍ଲେଟ୍ସ ପ୍ରତିଯୋଗିତା 23 ଝିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୁଇ ଯାଇଛି। ଝିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ଶବର ସଭାପତିତ୍ବ କରିଥିଲେ।ପିଲାମାନଙ୍କର ପ୍ରତିଭାର ବିକଶିତ ପାଇଁ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏଥର ସୁରଭି ଅନୁଷ୍ଠିତ ହେବ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ,ରାୟଗଡ , ବିଷମକଟକ ର ଶ୍ରୀଯୁକ୍ତ ଜଗନ୍ନାଥ ମେହେର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୋମନାଥ ୱାଡକା,ସମିତି ସଭ୍ୟ। ଡୁକୁମ ଗ୍ରାମ ପଞ୍ଚାୟତ,ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଗୁଣୁପୁରର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଗମାଙ୍ଗ,ପଞ୍ଚାୟତ ସମିତି ବିଷମକଟକର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ, ରାଜ୍ୟ ସରକାରଙ୍କର ପଛୁଆ ବର୍ଗର ଉନ୍ନୟନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରୁଥୀ ରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବିତର୍କ,ପ୍ରବନ୍ଧ ଲିଖନ,ସୃଜନଶୀଳ ଲିଖନ, ବକ୍ତୃତା,ହସ୍ତାକ୍ଷର ଲିଖନ, କୁଇଜ,ଚିତ୍ରାଙ୍କନ,ସଙ୍ଗୀତ, ମିଲେଟ୍ସ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡୁକୁମ କ୍ଲଷ୍ଟର ଅଧିନସ୍ଥ ସମସ୍ତ 15 ବିଦ୍ୟାଳୟରୁ ପ୍ରାୟ 162ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।CRCC କୁର୍ଲି ଶ୍ରୀଯୁକ୍ତ ଦୀନବନ୍ଧୁ ଜେନା,CRCC , ବେଥିଆପଡା ଶ୍ରୀଯୁକ୍ତ ମଦନ ମୋହନ ଜେନା ,CRCC ଚାଟିକଣା, ଶ୍ରୀ ରବୀନ୍ଦ୍ର କୁମାର ନାଗ,ଶ୍ରୀମତୀ ମଧୁମିତା ବଳ,ଚନ୍ଦ୍ରକାନ୍ତି ନାୟକ ,ଶିକ୍ଷକ ପ୍ରଶିକ୍ଷକ ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ରାୟଗଡ,ବିଷମକଟକ ଉପସ୍ଥିତ ରହି ବିଚାରକର ଦାୟିତ୍ଵ ବହନ କରିବା ସଂଗେସଂଗେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।ଶ୍ରୀମତୀ ନିର୍ମଳା ବିଶ୍ଵାଳ ଓ କେଦାରେଶ୍ୱର ରତ୍ନାଲୁ ମଞ୍ଚ ପରିଚାଳନା କରିଥିଲେ। ରାଇସେନ୍ ୱାଡ଼କା,ଶୈଳବାଳା ବେହେରା, ଶିବ ପ୍ରସାଦ ବାଉରୀ, ପଦ୍ମନ୍ ତୁଳ, ହେମନ୍ତ କୁମାର ମିଶ୍ର,k.,ସଙ୍କରି ଦେବୀ,ଅଞ୍ଜନା ପିଡିକ।କା,ଦିବାକର ସେନାପତି,ଦିବାକର ନାୟକ,ରାମଚନ୍ଦ୍ର ସାରକା,ଇନ୍ଦ୍ରାବତୀ ଟଙ୍ଗ।ରଙ୍ଗ।,ସୁରେନ୍ଦ୍ର କୁସୁଲିଆ,ଦୀନବନ୍ଧୁ ହିଆଲ୍, ଅନିଲ କୁମାର ରଣା,ଦିଲ୍ଲୀପ ଗଉଡ,ପୂର୍ଣ୍ଣ ଚନ୍ଦ୍ର କୁସୁଲିଆ,ମୀନକେତନ ଶବର, ତୋଷିବା ମାଣ୍ଡିକ। ,ମନୋରଞ୍ଜନ ସାହୁକାର ଓ ସାଗର ପାତ୍ର ଆଦି ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଟିବୁ ସାରକ। ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ , ଡୁକୁମ୍ ଶ୍ରୀଯୁକ୍ତ ରାଜେଶ କୁମାର ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯକ୍ରମଟି ପରିଚାଳନା କରାଯାଇଅଛି……..!