ଆରବିଆଇର ଉପହାର :- ବିଶ୍ବକର୍ମା ଯୋଜନା

1 min read
Spread the love

ପିଆଇଡିଏଫ ଯୋଜନାରେ କରାଯିବ ସାମିଲ୍ !

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶୁକ୍ରବାର ମୁଦ୍ରାନୀତି ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରିଛନ୍ତି।
ଏଥିରେ ଦେଶରେ ଦରବୃଦ୍ଧି ଠାରୁ ଆରମ୍ଭ କରି ଜିଡିପି ଅଭିବୃଦ୍ଧି ଆଦି ଉପରେ ଆରବିଆଇ ଏହାର ଆଭିମୁଖ୍ୟ ରଖିଛି।
ଏହି ନିଷ୍ପତ୍ତି ଅନୁଯାୟୀ, ରେପୋରେଟ୍କୁ ଅପରିବର୍ତ୍ତିତ ରଖିଛି ଆରବିଆଇ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ ପିଏମ ବିଶ୍ବକର୍ମା ଯୋଜନାର ଆରମ୍ଭ କରିଥିଲେ । ଏଥିରେ କାରିଗରଙ୍କୁ ଦିଆଯାଉଥିବା ଲୋନ୍ ଉପରେ ୮% ପର୍ଯ୍ୟନ୍ତ ସବସିଡି ଦେବାକୁ ପ୍ରସ୍ତାବ ରହିଛି। ଏହା ସହ ଯୋଜନା ଅନୁଯାୟୀ ବିନା କୌଣସି ଗ୍ୟାରେଣ୍ଟିରେ ୫% ସୁଧରେ ତିନି ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ।
ଏହା ସହ ଆରବିଆଇ ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ଏକ ସ୍କିମ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ପିଏମ ବିଶ୍ବକର୍ମା ଯୋଜନାକୁ ପେମେଣ୍ଟ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଫଣ୍ଡ (PIDF) ଯୋଜନାରେ ସାମିଲ୍ କରାଯିବ।
ଏହା ସହ ପିଆଇଡିଏଫ୍ ସ୍କିମ୍କୁ ଦୁଇ ବର୍ଷ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ଅର୍ଥାତ୍ ପିଆଇଡିଏଫ୍ ଯୋଜନାକୁ ୨୦୨୫ରେ ଡିସେମ୍ବର ୩୧କୁ ବଢ଼ାଇବାକୁ ପ୍ରସ୍ତାବ ରହିଛି।
ଋଣଧାରୀଙ୍କ ପାଇଁ ଖୁସି ଖବର; : ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ !
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀରେ ଆରମ୍ଭ ହୋଇଥିଲା ପିଆଇଡିଏଫ୍ ଯୋଜନା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ଛୋଟ ଏବଂ କମ୍ ଜନସଂଖ୍ୟା ଥିବା ସହରାଞ୍ଚଳ (ଟିୟର-୩ ରୁ ଟିୟର-୬), ପୂର୍ବୋତ୍ତର ରାଜ୍ୟ ଏବଂ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ବିକ୍ରି କେନ୍ଦ୍ର (ପଏଣ୍ଟ ଅଫ୍ ସେଲ୍), କ୍ୟୁଆର କୋଡ ଭଳି ପେମେଣ୍ଟ ସ୍ବୀକାର କରୁଥିବା ମୌଳିକ ଭିତ୍ତିଭୂମି ଢ଼ାଞ୍ଚାର ପହଞ୍ଚାଇବା ସ୍ଥାପନ କରିବା । ଆଉ, ଏବେ ବିଶ୍ବକର୍ମା ଯୋଜନାକୁ ପିଆଇଡିଏଫ ଅଧୀନରେ ସାମିଲ କରାଯିବ। ତେବେ ଏନେଇ ସଂଶୋଧନ ସମ୍ପର୍କରେ ଆଗାମୀ ସମୟରେ ସୂଚନା ଦିଆଯିବ।https://youtu.be/3Q2RB1qxIn0?si=TSTZP6L2vjhTIRjt

Leave a Reply

Your email address will not be published. Required fields are marked *