ଯଶସ୍ୱି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହ ଉପଲକ୍ଷେ ଚାନ୍ଦବାଲିର ବିଶାଳ ରକ୍ତଦାନ ଶିବିର

1 min read
Spread the love

ଭଦ୍ରକ: ଚାନ୍ଦବାଲି: ୨୨/୦୯/୨୦୨୩: ( ମୁନା ପଟ୍ଟନାୟକ) ଜସ୍ୱସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନରେ ସେବା ସପ୍ତାହ ଉପଲକ୍ଷେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଆସନ୍ତା ୨୩ ତାରିଖରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ଯୁବ ମୋର୍ଚ୍ଚା ସଂଯୋଜକ ସ୍ମୃତି ନାୟକ ଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ତରଫରୁ ମତୋ ବିଜେପି ପାର୍ଟି କାର୍ଯ୍ୟାଳୟ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ବିଜେପି ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି, ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି କମଳାକାନ୍ତ ସୁତାର ,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଲେଶ୍ଵର ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରି ଉପେନ୍ଦ୍ର ରାଉଳ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବିଜେପି ସଂଯୋଜକ ମିନ କେତନ ବିଶ୍ଵାଳ ,ଗଜଲଷ୍ମୀ ମଣ୍ଡଳ ବିଜେପି ସଭାପତି ଦଇତାରୀ ଦାସ ,ନାଲଗୁଣ୍ଡା ସମିତି ସଭ୍ୟ ଅଭୟ କିଙ୍ଗ ବଳ
ଏବଂ ଯୁବନେତା ବିଭିନ୍ନ ମଣ୍ଡଳରେ ଯୁବ ମୋର୍ଚ୍ଚା ସଭାପତି ଓ ଯୁବ ନେତାମାନେ ଯୋଗଦେଇ ରକ୍ତଦାନ ଶିବିର କୁ ସଫଳ କରାଇବା ପାଇଁ ଆଲୋଚନା କରିଥିଲେ….!

Leave a Reply

Your email address will not be published. Required fields are marked *