ଶହ ଶହ ଟ୍ରିପ ବେଆଇନ ମାଙ୍କଡ଼ା ଚାଲାଣ…!
1 min read

ନୟାଗଡ଼,୦୫/୦୯/୨୦୨୩(ଦୀପ୍ତି ରଞ୍ଜନ ମହାନ୍ତି)
ପୁଲିସ ଓ ତହସିଲ ପ୍ରଶାସନ ନିରବ
ଦିନ ଦ୍ବିପ୍ରହରରେ ଚାଲିଛି ରାଜସ୍ବଲୁଟ
ନୟାଗଡ ଜିଲ୍ଲା ନୂଆଗାଁ ଓ ନୟାଗଡ ତହସିଲ ସୀମାନ୍ତ ଅଞ୍ଚଳରୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମାଙ୍କଡା ପଥର ଖୋଳାହେବା ସହିତ ବାହାରକୁ ଚାଲାଣ କରାଯାଉଛି | ଏହି ବେଆଇନ ମାଙ୍କଡା ଖଣିକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକ ପୂର୍ବରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ନୂଆଗାଁ ତହସିଲଦାରଙ୍କ ସହ ଏକ ଟିମ ମାଙ୍କଡା ଖଣି ରେ ଚଢ଼ାଉ କରି ଏକ ଜେସିବି ଜବତ କରିବା ସହ ଜୋରିମାନା ଆଦାୟ କରାଯାଇଥିଲା | ଘଟଣାକୁ କିଛି ମାସ ବିତିଥିବା ବେଳେ ମାଙ୍କଡା ମାଫିଆ ମାନେ ପୁଣି ସକ୍ରିୟ ହେଲେଣି !

ଲଘୁ ଖଣିଜ ଦ୍ରବ୍ୟ ଉପରେ ଜିଲ୍ଲାପ୍ରଶାସନ, ତହସିଲ ପ୍ରଶାସନ ଓ ପୁଲସ ପ୍ରଶାସନ ନଜର ରଖିବା ନିୟମ ରହିଛି | ନିୟମ ତା ବାଟରେ ରହିଥିବା ବେଳେ ବେଫିକର ଭାବେ ଦିନ ଦ୍ବିପ୍ରହରେ ଲୁଟ ହେଉଛି | ଆଦୌ ଧରପଗଡ଼ ନଥିବାରୁ କାରଣ କଣ ତାହା ବୁଝାପଡୁନାହିଁ | କହିକି ସମସ୍ତେ ନିରବ ଅବସ୍ଥାରେ ରହିଛନ୍ତି |ବେଫିକର ଲୁଟ କୁ ପ୍ରଶୟ ଦେଉଛନ୍ତି ତାହା ବୁଦ୍ଧିଜୀବୀଙ୍କୁ ଚିନ୍ତିତ କରୁଛି ! ଏହା ପଛରେ ମାଫିଆଙ୍କ ଷଡଯନ୍ତ୍ର ନା ପ୍ରଶାସନ ର ମୁହଁ ବଙ୍କା ବୋଲି ଆଲୋଚନା ଜୋର ଧରିଛି | ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି |ସୂଚନା ଥାଉକି ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ମାଳିସାହି ପଞ୍ଚାୟତ ସୀମାନ୍ତବର୍ତ୍ତୀ ଅଞ୍ଚଳ ନାଲିମାଟି ପାଇଁ ପରିଚିତ |ଅଞ୍ଚଳରେ ମାଟି ତଳୁ ମାଙ୍କଡା ପଥର ବାହାରିଥାଏ!

ଏଠି ବିରାଟ ବିରାଟ ଗାତ ସୃଷ୍ଟି କରି ଲଘୁ ଖଣିଜ ସମ୍ପଦ ଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି | ଏଠାରେ 50ରୁ ଉର୍ଦ୍ଧ ମାଙ୍କଡା ଖଣି ଖନନ କରାଯାଇଛିଥିବା ବେଳେ ନୂଆଗାଁ ତହସିଲ ର ଜଣେ କର୍ମଚାରୀ ସମ୍ପୂର୍ଣ ସହଯୋଗ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି |ରାତି 12ପରେ ଏହି ବ୍ୟବସାୟ ଚାଲୁଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି | ତେବେ ଖବର ପରେ କେବେ ରାଜସ୍ବ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁଛି ଦେଖିବାକୁ ବାକି ରହିଲା………!
