ଝାରସୁଗୁଡ଼ା ବିଜେପିକୁ ପୁଣି ଝଟ୍‌କା: ବିଜେଡିରେ ମିଶିଲେ ଜିଲ୍ଲା ସଭାପତି ମଙ୍ଗଳ ସାହୁ

1 min read
Spread the love

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳବଦଳ କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ଭିତରେ ଜିଲ୍ଲା ବିଜେପିକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବରୁ ତ୍ରିନାଥ ଗୁଆଲ ବିଜେଡିରେ ମିଶିଥିବା ବେଳେ ଆଜି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବି ବିଜେଡିରେ ସାମିଲ ହୋଇଛନ୍ତି।

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମଙ୍ଗଳ ସାହୁ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି। ଟଙ୍କଧରଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠାରୁ ଜିଲ୍ଲା ସଭାପତି ସାହୁ ଅସନ୍ତୁଷ୍ଟ ରହିଥିଲେ। ତେବେ ଦଳ ପରିବର୍ତ୍ତନ ସମ୍ପର୍କରେ  ଏଯାବତ୍‌ ମଙ୍ଗଳ ସାହୁଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *