ସାମ୍ବାଦିକ ମାନଙ୍କ ଏକତା ଓ ସୁରକ୍ଷା ପାଇଁ ସ୍ଥାପନା ହୋଇଛି କବି ସମ୍ରାଟ ମିଡ଼ିଆ କ୍ଳବ୍

1 min read
Spread the love

ଗଞ୍ଜାମ,ଭଞ୍ଜନଗର: ୩୦/୦୭/୨୦୨୩ (ପୁରୁଷୋତ୍ତମ ମହାପାତ୍ର) ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ଓ ସେମାନଙ୍କ ସୁରକ୍ଷା ତଥା ସମସ୍ୟା ଦୁର ପାଇଁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ମଧ୍ୟରେ କବିସମ୍ରାଟ ମିଡିଆ କ୍ଲବ ସ୍ଥାପିତ ହୋଇଛି । ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କବି ସାମ୍ରାଟ ମିଡିଆ କ୍ଲବ ଭଞ୍ଜନଗର ତରଫରୁ ଆୟୋଜିତ ଏକ ସଭା ରେ ଭଞ୍ଜନଗର ଓ ଆଖ ପାଖର ବହୁ ଯୁବ ସାମ୍ବାଦିକ ମାନେ ଯୋଗଦେଇଥଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଂଚଳ ପରିଷଦ ଶ୍ରୀଯୁକ୍ତ ଆଶୁତୋଷ ଗୌରବ କର ,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଭଞ୍ଜନଗର ଆଞ୍ଚଲିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେବ୍ଦୁ ରଂଜନ ରାୟ ଯୋଗ ଦେଇଥିଲେ।ପ୍ରଦୀପ କୁମାର ସ୍ୱାଇଁ ଙ୍କ ପୋୖରହିତ୍ୱରେ ଆୟୋଜିତ ସଭା ପ୍ରାରମ୍ଭରେ ଶିଶୁ କଣ୍ଠ ଶିଳ୍ପୀ ବୈଷ୍ଣବୀ ପ୍ରଧାନ ଙ୍କ ମଧୁର ସଂଗୀତ ମୂର୍ଚ୍ଚନାରେ ଝୁମି ଥିଲେ ଶ୍ରୋତା ମାନେ।ଭାଗବତ ଜନ୍ମ ତିଥିରେ ଗଠିତ ହୋଇଥିବା ଏହି ସାମ୍ବାଦିକ ସଙ୍ଘ ସାମ୍ବାଦିକ ମାନଙ୍କର ବିକାଶ ରେ କାର୍ଯ୍ୟ କରିବ।ମୁଖ୍ୟ ଅତିଥି ମାନେ ଭଞ୍ଜନଗର ସାମ୍ବାଦିକ ମାନଙ୍କ ସାହସ ଓ ଏକତା କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରିଥିଲେ। ଭୀଷଣ ବର୍ଷା ସତ୍ତ୍ୱେ ଅତିଥିମାନେ ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ଯୋଗଦେବା ରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା ସାମ୍ବାଦିକ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉପଢୋକନ ସହ ପ୍ରଶଂସା ପତ୍ର ରେ ସମ୍ମନିତ କରାଯାଇଥିଲା, ସେହିପରି ସଙ୍ଘ ର ସମସ୍ତ ସଭ୍ୟ ମାନଙ୍କୁ ମାନ ପତ୍ର ଦେଇ ସମ୍ନାନିତ କରାଯାଇଥିଲା।ଆଗାମୀ ଦିନରେ ଏହି ମିଡିଆ କ୍ଲବ ଭଞ୍ଜନଗର ର ସମସ୍ତ ସାମ୍ବାଦିକ ମାନଙ୍କ ସହ ସୋରଡ଼ା, ବେଲ୍ଲଗୁଣ୍ଠ।,ଜଗନ୍ନାଥ ପ୍ରସାଦ ସାମ୍ବାଦିକ ମାନଙ୍କୁ ସାମିଲ କରାଯିବ

Leave a Reply

Your email address will not be published. Required fields are marked *