ଲିଭିନି ବିଜେଡ଼ି ରଙ୍ଗ ଉଠିଯାଇଚି କଂକ୍ରିଟ ରାସ୍ତା
1 min read
ଡେଲାଙ୍ଗ: ୦୬/୧୦/୨୩ (ହିମାଂଶୁ ମହାପାତ୍ର)
ଲିଭିନି ବିଜେଡି ରଙ୍ଗ ଉଠିଯାଇଛି କଂକ୍ରିଟ ରାସ୍ତା
ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିଛି ଲୁଣା ନଦୀ ପୋଲ
ଜିଲ୍ଲାପରିଷଦ କହିଲେ ଓଜନିଆ ଗାଡି ନେବାକୁ ତିଆରି ହୋଇନି ରାସ୍ତା
ଏ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କୋଠବାଡ଼ ପଂଚାୟତ ର ଲୁଣା ନଦୀ ପୋଲ ର କାହାଣୀ । ଏହି ପୋଲ ଟି ଡେଲାଙ୍ଗ ଜଟଣୀ ମୁଖ୍ୟ ରାସ୍ତାର ଏକ ଅବିଛେଦ୍ୟ ଅଙ୍ଗ ଅଟେ । କିନ୍ତୁ ଯଦି ଏହି ପୋଲ ର ରାସ୍ତା ଟି ଉପରୁ କଂକ୍ରିଟ ଉଠିଯାଇ ଲୁହା ଛଡ଼ ବାହାରକୁ ଦେଖାଯାଏ ଏବଂ ଦୁର୍ଘଟଣା ର କାରଣ ହୁଏ ତେବେ ଏହା କାହା ର ଭୁଲ ? ସରକାରଙ୍କର , ପ୍ରଶାସନ ର ନା କଣ୍ଟ୍ରାକ୍ଟର ର ? ନା ଭୁଲ ଦେବା ରାଜନେତା ମାନଙ୍କୁ । ଯେଉଁମାନେ ନିର୍ବାଚନ ସମୟରେ କଥା କହି ପରବର୍ତୀ ସମୟରେ ଏହାକୁ ଲୋକଙ୍କ ଭୁଲ ଏବଂ ଅନ୍ୟ ମାନଙ୍କ ଉପରେ ପକାଇ ଟାଳି ଦିଅନ୍ତି । ଆମେ କହୁଛୁ ଡେଲାଙ୍ଗ ବ୍ଲକ ୧୬ ନଂ ଜୋନ ଜିଲ୍ଲା ପରିଷଦ ପ୍ରସନ୍ନ ସାହୁ ଙ୍କ କଥା । ହଁ ଆଜ୍ଞା ଏହି ବ୍ୟକ୍ତି ଜଣକ ଆଗରୁ ଡେଲାଙ୍ଗ ର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି , ସେ ଏହି ଲୁଣା ନଦୀ ପୋଲଟିର ମରାମତି କାର୍ଯ୍ୟ ଗତ ଜୁଲାଇ ମାସ ୨୦୨୨ରେ ହାତକୁ ନେଇ କରିଥିଲେ କଂକ୍ରିଟ ରାସ୍ତା । କିନ୍ତୁ ଆଜକୁ ମାତ୍ର ଏକ ବର୍ଷ ଦୁଇମାସ ନ ବିତୁଣୁ କଂକ୍ରିଟ ଉଠି ଛଡ଼ ଦେଖାଯାଉଛି ଏବଂ ଦୁର୍ଘଟଣା ର କ୍ୱନ୍ଦ୍ର ବିନ୍ଦୁ ପାଲଟିଛି । ଏହା ସମ୍ପର୍କରେ ଫୋନ ଯୋଗେ ପଚାରିବାରୁ ମହାଶୟ କୁହନ୍ତି ଏହା କୁଆଡେ ଟ୍ରକ ର ଦୋଷ , ରାସ୍ତା ଉପରେ ଓଜନିଆ ଟ୍ରକ ଯାଉଥିବାରୁ କୁଆଡେ କଂକ୍ରିଟ ରାସ୍ତା ଉଠି ଯାଉଛି ଏବଂ ଏହା ପିଚୁ ହେବା ଆବଶ୍ୟକ ।। ତେବେ ଏଠାରେ ପ୍ରଶ୍ନ ଉଠୁଛି ରାସ୍ତା ଖରାପ ହେବାର ପ୍ରକୃତ କାରଣ କଣ ହୋଇପାରେ , ପିଚୁ ଓ କଂକ୍ରିଟ ନା ଖରାପ ମାନର କାର୍ଯ୍ୟ ଶୈଳୀ । ଜନତା ହିଁ ଏହି ପ୍ରଶ୍ନର ଉତ୍ତର ଆଗାମୀ ନିର୍ବାଚନ ରେ ଦେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗକୁ ଦେଖିବାକୁ ବାକି ରହିଲା କଣ ପଦକ୍ଷେପ ନେଉଛନ୍ତି ଆମ ପିପିଲିର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ତଥା ବର୍ତମାନ ର ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏବଂ ଦେଖିବାକୁ ବାକି ରହିଲା କିଭଳି ଜିଲ୍ଲା ପରିଷଦ ମହୋଦୟଙ୍କୁ ନିଜ ପଣତ କାନି ତଳେ ଘୋଡାଉଛନ୍ତି ବିଧାୟକ ନା ଲୋକଙ୍କ ପାଇଁ ନିଜର ମତାମତ ଦେଉଛନ୍ତି ଗଣମାଧ୍ୟମ ଆଗରେ ।
ଜନସାଧାରଣ ଅତ୍ୟଧିକ ପିସି କାରବାର ମାଧ୍ୟମରେ କଣ୍ଟ୍ରାକ୍ଟର କୁ ଦୋଷ ଦେଉଥିବାବେଳେ ଓଜନିଆ ଟ୍ରକ ର ଦୋଷ ଦେଉଛନ୍ତି ଜିଲ୍ଲା ପରିଷଦ , ଏବେ ଦେଖିବାକୁ ବାକି ରହିଲା ବିଧାୟକ ରୁଦ୍ରବାବୁ କାହା ଉପରେ ଦୋଷ ଲଦି ଖସୁଛନ୍ତି ।
ଏହି ରାସ୍ତା କାମ ପ୍ରତିବର୍ଷ ଟଙ୍କା ରୋଜଗାର ପାଇଁ ଏକ ସୁ ପରିକଳ୍ପିତ ଯୋଜନାବଦ୍ଧ ବ୍ୟବସ୍ଥା ଭଳି ମନେ ହେଉଛି । ତେବେ ଦେଖିବା କୁ ବାକି ରହିଲା ଏବର୍ଷ ନିର୍ବଚନ ପୂର୍ବରୁ ନା ନିର୍ବାଚନ ସମୟରେ ନା ନିର୍ବାଚନ ପରେ ଏହି ରାସ୍ତା ପାଇଁ ପୁଣିଥରେ ବିଲ ପାସ ହେଉଛି…….!