ସାକ୍ଷୀଗୋପାଳ ରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକର୍ମ ଅନଷ୍ଠିତ

1 min read
Spread the love

ସାକ୍ଷୀଗୋପାଳ (ଆପ୍ର) : ୧୯/୧୦/୨୦୨୩ (ହିମାଂଶୁ ମହାପାତ୍ର)
ସତ୍ୟବାଦୀରେ ମଣ୍ଡଳ ସ୍ତରୀୟ ସୁରଭି ଓ ଓଡିଶା ମିଲେଟ ମହୋତ୍ସବ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି | କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଂଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ଉଦଘାଟନରେ ମଣ୍ଡଳ ଶିକ୍ଷା ଅଧିକାରି ଭବମ ପ୍ରଧାନ, ବିଆରସିସି ପ୍ରଭାସ ଚନ୍ଦ୍ର କରଣ,କୁମୁଦୁନୀ ମିଶ୍ରଙ୍କ ସହିତ ଆୟୋଜିତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ଜେନା ଓ ସମସ୍ତ ସିଆରସିସି ଉପସ୍ଥିତ ରହିଥିଲେ | ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ନାଚ କୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ ସମ୍ମାନିତ ଅତିଥି ଭାବରେ ଉଦଯାପନୀ ଉତ୍ସବ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ | ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀ ମାନେ ନଭେମ୍ବର ମାସ ପ୍ରଥମ ସପ୍ତାହ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ବିଇଓ ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ବ୍ଲକ ର ୧୫୪ ଟି ବିଦ୍ୟାଳୟ ରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ଉଦିପନା ଖୁବ ପ୍ରଶଂସନୀୟ ରହିଥିଲା | ସମସ୍ତ ସିଆରସିସି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *