ନବଭାରତି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାରୁଲ ରାଣୀ ସ୍ମୃତି ଲାଇବ୍ରେରୀ ଉଦ୍ଘାଟିତ
1 min read

ବରୀ: ୧୫/୧୦/୨୦୨୩ (ପ୍ରଭାସ ଜ୍ୟୋତି ମହାନ୍ତି) ବରୀ ବ୍ଲକ ଅନ୍ତର୍ଗତ କିମ୍ଭୀରିଆପାଲ ପଞ୍ଚାୟତ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପାରୁଲରାଣୀ ଦାସଙ୍କ ସ୍ମର୍ତିରେ ଏକ ନୂତନ ଲାଇବ୍ରେରୀ ଉଦ୍ଘାଟନ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଯାଜପୁର ସାଂସଦ ଶ୍ରୀମତି ଶର୍ମିଷ୍ଟା ସେଠୀ , ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଲାଇବ୍ରେରୀର ପ୍ରତିଷ୍ଠାତା ଓ ଜଣାଶୁଣା ସାମାଜିକ କର୍ମୀ ଶ୍ରୀଯୁକ୍ତ ବନବିହାରୀ ଦାସ ଓ ତାଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କିମ୍ଭିରିଆପାଳ ସରପଞ୍ଚ ହରପ୍ରିୟା ସାହୁ, ପାଣିକୋଇଲି ଜବାହାର ନବଦୋୟ ବିଦ୍ୟାଳୟର ଅଧ୍ୟକ୍ଷା ଦିବ୍ୟା ଜ୍ୟୋତି ମିଶ୍ର, ବରୀ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲାର ବରିଷ୍ଠ ଶିକ୍ଷାବିତ୍ ଦାମୋଦର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ରାଜା ରାମ ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦେଇ ଲାଇବ୍ରେରୀରୁ ବହୁ ମୂଲ୍ୟବାନ ଶିକ୍ଷା ପିଲାମାନଙ୍କୁ ମିଳିପାରିବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଶ ବିହାରୀ ମିଶ୍ର ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ସଙ୍ଗଠନ ସଭାପତି ଡାକ୍ତର କୈଳାସ ଚନ୍ଦ୍ର ପତି ସଂଯୋଜନା କରିଥିଲେ। ସୂଚନା ଅନୁଯାୟୀ ଏହି ଲାଇବ୍ରେରୀକୁ ଶ୍ରୀଯୁକ୍ତ ଦାସ ତାଙ୍କ ଧର୍ମପତ୍ନୀଙ୍କ ସ୍ମୃତି ଉଦ୍ଦ୍ଵେଶରେ ପ୍ରତିଷ୍ଠା କରାଇଛନ୍ତି।
ଏହି ଅବସରରେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ଏହି ପଂଚାୟତର ସମସ୍ତ ପୂର୍ବତନ ସରପଂଚ, ପୂର୍ବତନ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମାନିତ କରାଯାଇଥିଲା….!