ମେ ୪ରୁ ୬ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
1 min read
ନୂଆଦିଲ୍ଲୀ: ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ବିଜ୍ଞପ୍ତି ଜାରି କରିଛି।
୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ମୁର୍ମୁ ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ପଶ୍ଚିମବଙ୍ଗର କାଲାଇକୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ‘ଏମ୍ଆଇ ୧୭’ରେ ବାଦାମପାହାଡ଼ ହେଲିପ୍ୟାଡ୍ରେ ଅବତରଣ କରି ସଡ଼କ ପଥରେ ପାହାଡ଼ପୁରରେ ପହଞ୍ଚି ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗୋସଣି ଗସ୍ତ କରିବେ।