ସ୍ବର୍ଗତ ବ୍ରଜବନ୍ଧୁ ପ୍ରଧାନ ଙ୍କ ପ୍ରଥମ ବାର୍ଷିକ ରେ “ସ୍ମରଣିକା” ପୁସ୍ତକ ଉନ୍ମୋଚନ

1 min read
Spread the love

ସତ୍ୟବାଦୀ:- ୦୧/୧୧/୨୦୨୩ (ହିମାଂଶୁ ମହାପାତ୍ର)

ମଙ୍ଗଳବାର ଦିନ ସତ୍ୟବାଦୀ ବ୍ଲକ ଅଳଗୁମ ପଂଚାୟତ ର ବାଟୁଳି ପଡା ଗ୍ରାମରେ ସ୍ବର୍ଗତ ବ୍ରଜବନ୍ଧୁ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ “ସ୍ମରଣିକା” ପୁସ୍ତକ ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧଞ୍ଜଳି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ପ୍ରଧାନ ଙ୍କ ଆମର ଆତ୍ମା ର ସଦ୍ଗତି କାମନା କରିବା ସହିତ ପରିବାରର ଶୁଖ ଶାନ୍ତି କାମନା କରିଥିଲେ ସତ୍ୟବାଦୀର ଯୁବ ସମାଜସେବୀ ତଥା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଓଁପ୍ରକାଶ ମିଶ୍ର । ସ୍ବର୍ଗତ ବ୍ରଜବନ୍ଧୁ ପ୍ରଧାନ ଙ୍କ ଦୁଇ ସୁପୁତ୍ର ସଂଗ୍ରାମ କେଶରୀ ପ୍ରଧାନ (ବଡ ପୁଅ), ଧନେଶ୍ୱର ପ୍ରଧାନ(ସାନ ପୁଅ) ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଆଳୁଗୁମ ର ସ୍ବେଛାସେବୀ ସଂଗଠନ ଅଳଗୁମ ପୁଯ୍ୟପୂଜା ସ୍ମୃତି ପରିଷଦ ଦ୍ୱାରା ପରିଚାଳନା କରାଯାଇଥିଲା । ଏହି ପୁସ୍ତକ ଉନ୍ମୋଚନ ସଭାରେ ପୂର୍ବତନ ସରପଞ୍ଚ ସଦାଶିବ ନାୟକ, ପଲଗାୟକ ମାଧବ ନାୟକ, ଡାକ୍ତର ଯୋଗେନ୍ଦ୍ର ନାୟକ, କମିଟି ର ସଭାପତି କୁଳମଣି ବିଶ୍ୱାଳ, ଉପସଭାପତି ସଚିକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ବାଳ, ସହ ସମ୍ପାଦକ ଦୀନକୃଷ୍ଣ ପ୍ରଧାନ, କୋଷାଧ୍ୟକ୍ଷ ପାଣ୍ଡବ ମହାରଣା, ବଳଭଦ୍ର ମହାପାତ୍ର, ବିଶ୍ବମ୍ବର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସମାଜସେବୀ ଧୀରେନ୍ଦ୍ର କୁମାର ଜେନା, ଶଚିକାନ୍ତ ଜେନା, ଜଗବନ୍ଧୁ ପ୍ରଧାନ, ଶଚିକାନ୍ତ ବରାଳ, ଯୁଗଳ କିଶୋର ବେହେରା, ରାଜକିଶୋର ସାହୂ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବାଳକୃଷ୍ଣ ଜେନା ଯୋଗଦେଇ ସ୍ବର୍ଗତ ବ୍ରଜବନ୍ଧୁ ପ୍ରଧାନ ଙ୍କ ଆମର ଆତ୍ମା ର ସଦ୍ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ସ୍ବର୍ଗତ ପ୍ରଧାନଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଉପସ୍ଥିତ ଅତିଥି ମାନଙ୍କ କରକମଳରେ ସ୍ବର୍ଗତ ପ୍ରଧାନ ଙ୍କ ଜୀବନୀ ଉପରେ ଆଧାରିତ କବିତା ପୁସ୍ତକ ” ସ୍ମରଣିକା” ର ଶୁଭ ଉନ୍ମୋଚନ ହୋଇଥିଲା । ଅତିଥିମାନେ ଜଣକ ପରେ ଜଣେ ସ୍ବର୍ଗତ ପ୍ରଧାନ ଙ୍କ ସମାଜସେବା ପ୍ରକୃତି ଓ ଲୋକଙ୍କ ପାଇଁ ତାଙ୍କର ଥିବା ଦରଦୀ ମନୋଭାବକୁ ମାନେପକାଇବା ସହିତ ତାଙ୍କ ପରିବାରର ଶୁଖଶାନ୍ତି କାମନା କରିଥିଲେ । ପୁସ୍ତକରେ ସ୍ଥାନ ପାଇଥିବା କବିତା ମଧ୍ୟରୁ ବ୍ରଜଭାଇଙ୍କ ଆମର ଆତ୍ମା , ସ୍ମୃତିରେ ବ୍ରଜବନ୍ଧୁ , ସ୍ମୃତି ଶ୍ରଦ୍ଧଞ୍ଜଳି ନାମକ ଶ୍ରେଷ୍ଠ କବିତାମାନ ସ୍ଥାନ ପାଇଥିବାରୁ ଉପସ୍ଥିତ ଅତିଥିମାନେ ପୁସ୍ତକଟି କେବଳ ଜୀବନୀ ନୁହେଁ ବରଂ ସାହିତ୍ୟ କୁ ବଞ୍ଚିରଖିବାର ମାଧ୍ୟମ ହେବବୋଲି କହିଥିଲେ । ମୁଖ୍ୟ ଅତିଥି ଓଁପ୍ରକାଶ ମିଶ୍ର ଏହି ଶ୍ରାଦ୍ଧ ବାର୍ଷିକ ଅବସରରେ କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା ସଂକୀର୍ତ୍ତନ ଗୁରୁ, ଗାୟକ, ବାୟକ, ମାନଙ୍କୁ ପୁଯ୍ୟପୂଜା କମିଟି ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ସମାଜ ସେବା ରେ ଯେଉଁ ମଧୁ ସ୍ବର୍ଗତ ପ୍ରଧାନ ପାଇଥିଲେ ତାହା ବର୍ଣନା କରିଥିଲେ ତାଙ୍କ ଦୁଇ ସୁପୁତ୍ର । ସମାଜସେବୀ ଧୀରେନ୍ଦ୍ର କୁମାର ଜେନା ସର୍ବଶେଷରେ ଧନ୍ୟବାଦ ଦେଇ ସଭକାର୍ଯ୍ୟ ଶେଷ କରିଥିଲେ…..!

Leave a Reply

Your email address will not be published. Required fields are marked *