ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଆହ୍ବାନ ରେ କଟକ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ….
1 min read
କଟକ:୨୦/୧୧/୨୦୨୩ (କଲ୍ୟାଣୀ ବେହେରା) ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନରେ ରାଜ୍ୟ ନବୀନ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆନ୍ଦୋଳନ ଅବସରରେ ଆଜି କଟକ ନଗର ବିଜେପି ତରଫରୁ ଜନ ଆକ୍ରୋଶ ଶୋଭାଯାତ୍ରା ନାମରେ ଦୋଳମୁଣ୍ଡାଇ ଛକରୁ ଏକ ବିଶାଳ ପଦଯାତ୍ରା ରେ ଯାଇ ଦୁଇହଜାର ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଥିଲେ. କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ପଦଯାତ୍ରାରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ରାଜ୍ୟ ଉପସଭାପତି ଡାକ୍ତର ପୂର୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମଲ୍ଲିକ,ବରିଷ୍ଠ ନେତା ବିନୋଦ ଦାଶ,ସୁକାନ୍ତ ବିଶ୍ୱାଳ,ଲକ୍ଷ୍ମୀଧର ପ୍ରଧାନ, ଗୀତା ଦାସ ,ସିକନ୍ଦର ଅଲ୍ଲୀ,ଶ୍ରୀତମ ଦାସ,ସ୍ମୃତି ପଟ୍ଟନାୟକ,ବିବେକାନନ୍ଦ ନାୟକ, ବିଶ୍ୱରଂଜନ ମିଶ୍ର, ଭାଗିରଥି ଦଳେଇ, ସ୍ବାଧୀନଚେତା ମହାନ୍ତି, ଦେବାଶିଷ ରାୟ,ଚିରଞ୍ଜୀବ ଖଣ୍ଡାୟତ ରାୟ,କଳ୍ପନା ପଟ୍ଟନାୟକ,ହୃଷିକେଶ ଜେନା, ପ୍ରତାପ ରାଉତରାୟ,ପ୍ରଦୀପ ବେହେରା, ଇଂ ପ୍ରକାଶ ସେଠି, ସନ୍ତୋଷ ମହାନ୍ତି, ପ୍ରବୋଧ ବଡ଼ପଣ୍ଡା,ଚିତ୍ତରଞ୍ଜନ ଦାସ,ରତନ ମହାନ୍ତି, ଦେବାନନ୍ଦ ସିଂ,ମନମୋହନ ଉପାଧ୍ୟାୟ,ସୁନୀଲ ଦ୍ବିବେଦୀ,ନମିତା ମିଶ୍ର, କବିରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା, ଦିଲ୍ଲୀପ ସାହୁ, ବିଶ୍ୱରଥୀ ସ୍ୱାଇଁ, ମହିମାନନ୍ଦ ସ୍ୱାଇଁ, ପ୍ତମୋଦ ଓଝା, କର୍ପୋରେଟର ଗୋପାଳ ବେହେରା, ଗଗନ ଓଝା, ଲକ୍ଷ୍ମୀଧର ବେହେରା, ରାକେଶ ସ୍ୱାଇଁ, କୀର୍ତ୍ତି ପଟ୍ଟନାୟକ, ସତ୍ୟବ୍ରତ ମିଶ୍ର,ଶିବ ପ୍ରସାଦ ନାୟକ,ହରିଚନ୍ଦନ ନାୟକ, ପ୍ରବୀଣା ମହାପାତ୍ର, ସୁଶାନ୍ତ ମହାନ୍ତି, ମହମ୍ମଦ ସବିର, ମହେନ୍ଦ୍ର ମହାନ୍ତି,ସୁବାଷ ମହାନ୍ତି, ଶରତ ଭୋଳ,ଅମିତ ମିତ୍ର,ବିଶ୍ୱଜିତ ମହାପାତ୍ର, ସୌମେନ୍ଦ୍ର ପଲେଇ,ସଞ୍ଜୀବ ରଣା,ସଂଗ୍ରାମ ସିଂ, ଅନୁପମ ଦାସ, ନଗେନ ମହାପାତ୍ର, ଦୁଃଶାସନ ସାହୁ, ଲଲାଟେନ୍ଦୁ ରାଉତରାୟ, ସତ୍ୟଜିତ ମହଲା, ବିଶ୍ୱଜିତ ପ୍ରଧାନ, ବିଜୟ ମହାରଣା, ତପନ ବେହେରା, ପ୍ରେମାନନ୍ଦ ଦାସ ଦାଶରଥି ବେହେରା ଓ ରାଜେଶ ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ . ଚୌଧୁରୀ ବଜାର ସି ଏମ ସି କାର୍ଯ୍ୟାଳୟ ଘେରାଓ ସମୟରେ ପ୍ରତିବାଦ ସଭାରେ ବକ୍ତାମାନେ କହିଥିଲେ,କେନ୍ଦ୍ରର ଶ୍ରୀ ନରେନ୍ଦ୍ର ମୋଦି ସରକାର ରାଜ୍ୟର ବିକାଶ ପାଇଁ 18 ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ଗତ 9 ବର୍ଷରେ ଦେଇଥିଲାବେଳେ, ରାଜ୍ୟର ନବୀନ ସରକାରଙ୍କ ବହୁମୁଖୀ ଦୁର୍ନୀତି ଓ ଭ୍ରଷ୍ଟାଚାର ଯଥା ଡାଲି, ପାଣି,ଜଙ୍ଗଲ, ଜମି,ଚିଟ ଫଣ୍ଡ, ମନରେଗା,ସରକାର ତତ୍ୱାବଧାନରେ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଆଇନ ଶୃଙ୍ଖଳା ରେ ଅବନ୍ନତି, ବେକାରୀ ଯୁବକ ଅନ୍ୟ ରାଜ୍ୟ ଯାଇ ଦାଦନ ଖଟିବା, ନିୟମିତ ଭାବେ ନାବାଳିକା ଅପହରଣ ହେବା, ମହିଳାଙ୍କୁ ଧର୍ଷଣ ପରେ ହତ୍ୟା ,ରାଜନୈତିକ ବ୍ୟକ୍ତିଙ୍କୁ ହତ୍ୟା, ଖଣି, ପାଣି, ଜଙ୍ଗଲ, ଜମି, ଡାଲି, ଚିଟଫଣ୍ଡ ସ୍କାମ ଆଦିରେ ଓଡିଶାକୁ ନମ୍ବର ୱାନ କରିଥିବା ନବୀନ ସରକାର ଗାଦିରେ ରହିବା ଅଧିକାର ନାହିଁ,ସେହିଭଳି କଟକ ସହରରେ ଯାଇକା କାର୍ଯ୍ୟରେ ମନ୍ଥରତା , ମଶା ପ୍ରାଦୁର୍ଭାବ,ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମ୍ନ ମାନର,ରାସ୍ତାଘାଟର ଦୁରାବସ୍ଥା ହୋଡିଂ ଲଗା ଦୁର୍ନୀତି,ହୋଲଡିଂ ଟ୍ୟାକ୍ସ ଦୁର୍ନୀତି, ସ୍ବର୍ଣ୍ଣଦେବୀ ଓ ମଞ୍ଜୁଶ୍ରୀ ଏଜେନସି ପ୍ରତି ଅହେତୁକ ସନ୍ଦେହଜନକ କୃପା, ହାଡ଼ିଆ ପଠା ଜମି ଦୁର୍ନୀତି ,ଭେଣ୍ଡିଂ ଯ଼ୋନ ଚି଼ହ୍ନଟ ରେ ବିଳମ୍ବ,ଅର୍ବାନ ହାଟ ଆବଣ୍ଟନ ଓ ବାଲିଯାତ୍ରାରେ ଦୁର୍ନୀତି, ନିଗମରେ କୋଡିଏ ବର୍ଷ ଧରି ଜଣେ ଅଫିସର ରହି ଭ୍ରଷ୍ଟ ନେତାଙ୍କ ବେଆଇନ କାର୍ଯ୍ୟକୁ ସହଯୋଗ ଦେବା, ବିରୋଧୀ ଦଳ କର୍ପୋରେଟରଙ୍କ କୌଣସି କଥା ପ୍ରତି କର୍ଣ୍ଣପାତ ନକରିବା ଆଦି ବିଷୟକୁ ନେଇ ବକ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରି ଶେଷରେ ଗିରଫ ହୋଇଥିଲେ……!