ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ବଜାରରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ମୃତ ଜଣେ ଗୁରୁତର
1 min read

ଚାନ୍ଦବାଲି:୧୮/୦୯/୨୩ (ମୁନା ପଟ୍ଟନାୟକ) ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧୀନ ଘଣ୍ଟେଶ୍ୱର ବଜ଼ାରରେ 11କେଭି ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ହୋଇଛନ୍ତି l ଘଟଣା ସ୍ଥଳରୁ ସ୍ଥାନୀୟବାସୀ ଶ୍ରମିକ ମାନଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ l ତେବେ ସେଥିରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି l ମୃତ ଶ୍ରମିକ ଜଣଙ୍କହେଉଛନ୍ତି ଲକ୍ଷ୍ମୀଧର ବେହେରାଙ୍କ ପୁଅ ମାନସ ବେହେରା ବ ୩୨ ଗୁରୁତ୍ୱର ଶ୍ରମିକ ହେଉଛନ୍ତି ବିଶ୍ୱ ଦାସଙ୍କ ପୁଅ ଶ୍ରୀକାନ୍ତ ଦାସ ବ୩୩ l ଦୁଇ ଶ୍ରମିକଙ୍କ ଘର ଘଣ୍ଟେଶ୍ୱର ଗୋପିନାଥପୁର ପଞ୍ଚାୟତ ବାଲିପଦା ଗାଁରେ ବୋଲି ସୂଚନା ମିଳିଛି ….!