ହିନ୍ଦୁ ସମାଜ ତରଫରୁ ବରୀ ବ୍ଲକ ର ସଂଖାରିଗଡା ଠାରେ ଶାରଦୀୟ ମିଳନ
1 min read

ବରୀ:୨୪।୧୦।୨୦୨୩ (ପ୍ରଭାସ ଜ୍ୟୋତି ମହାନ୍ତି) ଆଜି ପୁର୍ବାହ୍ନ ୧୦ ଘଟିକା ସମୟରେ ବରୀ ପ୍ରଖଣ୍ଡର ଶଂଖାରିଗଡା ଠାରେ ସମଗ୍ର ହିନ୍ଦୁ ସମାଜ, ଯାଜପୁର ଜିଲ୍ଲା ତରଫରୁ ପବିତ୍ର ଦୁର୍ଗାପୂଜା ଅବସରରେ ଏକ ଶାରଦୀୟ ମିଳନ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ମୂଖ୍ଯ ଅତିଥିଭାବେ ଯୋଗଦେଇଥିବା ଓଡ଼ିଶା ପ୍ରାନ୍ତର ପରିଯୋଜନା ପ୍ରମୁଖ ମହେଶ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସାଙ୍ଗଠନିକ ବୈଠକ ଆରମ୍ଭ କରିଥିଲେ । ଅନ୍ୟ ଅତିଥିଭାବେ ଯାଜପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପୂର୍ବତନ ସଭାପତି ଅକ୍ଷୟ ବଳ, ସହ-ସଂପାଦକ ସମୀର ନାୟକ ଓ ଜିଲ୍ଲା ବଜରଙ୍ଗ ଦଳର ପୂର୍ବତନ ସଂଯୋଜକ ଚନ୍ଦ୍ରକାନ୍ତ କର ଯୋଗଦେଇ ଆଜିକା ଦିନରେ ସନାତନ ଧର୍ମ ସୁରକ୍ଷିତ ରକ୍ଷା କରିବା ପାଇଁ ହିନ୍ଦୁ ଯୁବକ ମାନଙ୍କର ଭୂମିକାକୁ ଆଲୋଚନା କରିଥିଲେ….!

ବୈଠକର ଶେଷ ସମୟରେ ବଜରଙ୍ଗ ଦଳ,ଓଡିଶା(ପୂର୍ବ ପ୍ରାନ୍ତ)ର ସଂଯୋଜକ ଅମ୍ବିକା ଦାସ ଯୋଗଦାନ କରିଥିଲେ ।ପ୍ରାନ୍ତ ସଂଯୋଜକଙ୍କୁ ଜିଲ୍ଲା ତରଫରୁ ପବିତ୍ର ଶସ୍ତ୍ର ପୂଜନ ଅବସରରେ ଏକ ଖଣ୍ଡା ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ବୈଠକର ଶେଷରେ ବରୀ ପ୍ରଖଣ୍ଡର ପୂର୍ବତନ ବିଶ୍ବହିନ୍ଦୁ ପରିଷଦ ସଭାପତି ଚିତ୍ତରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ ।ଉକ୍ତ ସଭାରେ ଅନ୍ୟ କାର୍ଯ୍ୟକର୍ତ୍ତା ଭାବରେ ବରୀ ପ୍ରଖଣ୍ଡରୁ ଶ୍ରୀକାନ୍ତ ଦାସ,ସୋମନାଥ ସାହୁ, ଦୀପକ ଭରଦ୍ବାଜ,ଦଶରଥ ଜେନା , ଅଭିମନ୍ୟୁ ସେଠି , ବିଷ୍ଣୁ ଚରଣ ସାହୁ,ରସୁଲପୁର ପ୍ରଖଣ୍ଡରୁ ଶରତ ସାହୁ,ଯଶୋବନ୍ତ ଦାସ,ଧର୍ମେନ୍ଦ୍ର ଗୁଇଁ,ଗଗନ ମାହାନ୍ତି, ଯାଜପୁର ପ୍ରଖଣ୍ଡରୁ କୁଳମଣି ଦାସ, ସର୍ବେଶ୍ଵର ଶର୍ମା,ମଣିନାଗ ସେନାପତି ସହିତ ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରୁ ସଂଘର ବିବିଧ କ୍ଷେତ୍ରରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଓ ହିନ୍ଦୁ ଯୁବକ ଯୋଗଦାନ କରିଥିଲେ……..!