ସାକ୍ଷୀଗୋପାଳ ସ୍ଥିତ ଶିଶୁ ଭବନ ପ୍ରତିଷ୍ଠାତା ଙ୍କ ଶ୍ରାଦ୍ଧୋତ୍ସବ
1 min read
ସାକ୍ଷୀଗୋପାଳ :୨୨/୧୦/୨୦୨୩ (ହିମାଂଶୁ ମହାପାତ୍ର)
ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଶ୍ରୀଯୁକ୍ତ ବାମନ ଚରଣ ଦାଶଙ୍କର ୧୫ ତମ ଶ୍ରାଦ୍ଧ ବାର୍ଷିକୀ ଶିଶୁ ଭବନ ର ଅନ୍ତେବାସୀ ,କର୍ମଚାରୀ ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ପାଳିତ ହୋଇଅଛି ।ଏହି ଉତ୍ସବ ରେ ଉପସଭାପତି ଶ୍ରୀ ବିରେନ୍ଦ୍ର ଭୂଷଣ ହୋତା ,କାର୍ଯ୍ୟକାରିଣୀ କମିଟି ର ସଭ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ ପ୍ରମୁଖ ଙ୍କ ସହିତ ସମସ୍ତ ଅନ୍ତେବାସୀ ଏବଂ କର୍ମଚାରୀ ମାନେ ଯୋଗ ଦେଇ ସ୍ବର୍ଗତ ଦାଶଙ୍କ ସ୍ମୃତି ଚାରଣ କରିଥିଲେ ।ଏହା ସହିତ ଶିଶୁ ଭବନ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ,କଠିନ ପରିଶ୍ରମ ଏବଂ ସେହି ମହାମନିଷୀ ଙ୍କ ଦିବ୍ୟ ବାର୍ତ୍ତା କୁ ପାଥେୟ କରି ଅନ୍ତେବାସୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଲକ୍ଷ ନେଇ ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ଉତ୍ସର୍ଗୀକୃତ କରିବାର ଦିଗଦର୍ଶନ ମିଳିଥିଲା ।