ଆସନ୍ତା କାଲି ସାକ୍ଷୀଗୋପାଳ ରେ ହେବ ନିଶୁକ୍ଲ ମୁଖ, ଦନ୍ତ ଚିକିତ୍ସା ଏବଂ ସଚେତନତା ଶିବିର

1 min read
Spread the love

ସାକ୍ଷୀଗୋପାଳ : ୨୯/୧୦/୨୦୨୩ (ହିମାଂଶୁ ମହାପାତ୍ର ) ସତ୍ୟବାଦୀର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା କୁ ନଜରରେ ରଖି ଆସନ୍ତା କାଲି *୨୯ ତାରିଖ ରବିବାର ସକାଳ ୧୦ ଘଣ୍ଟା ସମୟରେ ପେଣ୍ଠପଡ଼ା ପଞ୍ଚାୟତରେ* ଆୟୋଜନ ହେବାକୁ ଯାଉଛି ନିଶୁଳ୍କ ଦନ୍ତ ଚିକିତ୍ସା ଏବଂ ସଚେତନତା ଶିବିର। *ସାକ୍ଷୀଗୋପାଳ କଲେଜ୍ ନିକଟସ୍ଥ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାର* ପେଣ୍ଠପଡ଼ା ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଭୁବନେଶ୍ଵରର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ (Kalinga institute of Dental Since (KIDS) ହସ୍ପିଟାଲ ର ବରିଷ୍ଠ ଦନ୍ତ ଚିକିତ୍ସକ ମାନେ ଯୋଗଦାନ କରି ସମସ୍ତ ପ୍ରକାର ଦନ୍ତ ଚିକିତ୍ସା କରିବେ।
ଦାନ୍ତ ଉପଡେଇବା, ଦାନ୍ତରେ ଥିବା ଦାଗ ସଫା କରିବା, ପାନ ତମ୍ଭାଖୁ ଖାଇବା ଦ୍ବାରା ଉପୁଜୁଥିବା ରୋଗର ଚିକିତ୍ସା ସୁବିଧା ଆପଣମାନେ ପାଇପାରିବେ।
ଦାନ୍ତରୋଗ ଜନିତ ସମସ୍ୟା ଭୋଗୁଥିବା ବନ୍ଧୁ ମାନେ ଏହି ସେବା ଶିବିରରେ ଯୋଗଦାନ କରି ଏହି ନିଶୁଳ୍କ ସେବାର ସୁଯୋଗ ନେବାକୁ ପେଣ୍ଠପଡ଼ା ସରପଞ୍ଚ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *