ଶୌଚାଳୟରେ “ବାସ୍ତୁଦୋଷ ନିବାରଣ ପୂଜା” !

1 min read
Spread the love

ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ !

କଟକ।12,09,23
ଗତ ରବିବାର ଦିନ ସୁଭାଷ ସଙ୍ଗଠନ ତରଫରୁ ସିଏମ୍‌ସିର ସ୍ଥାଣୁତାକୁ ନେଇ ପୁଣି ଏକ ଭିନ୍ନ ଧରଣର ପ୍ରତିବାଦ କରାଯାଇଥିଲା । ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ହକି ଉଦ୍‌ଘାଟନ ସମାରୋହକୁ ଦୃଷ୍ଟିରେ ରଖ୍ ସହରରେ ରିଙ୍ଗ୍ ରୋଡକୁ ଲାଗି ଚାରୋଟି ନୂଆ ଶୌଚାଳୟ ନିର୍ମାଣ କରାଯାଇଥିଲା l କିନ୍ତୁ ବିଡ଼ମ୍ବନାର ବିଷୟ ନିର୍ମାଣର ଦଶମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଶୌଚାଳୟ ଗୁଡିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇପାରିନାହିଁ । ପୂର୍ବରୁ ସଙ୍ଗଠନ ତରଫରୁ ଏପ୍ରିଲ୍ ମାସରେ ଏହିବାବଦକୁ “ ବାଲ୍ଟି ମଗ” ଅଭିଯାନ ମାଧ୍ୟମରେ ଶୌଚାଳୟ ସାମ୍‌ନାରେ ସାମୁହିକ ସ୍ନାନ କରି ପ୍ରତିବାଦ ଜଣାଯାଇଥିଲା । ସେତେବେଳେ ଉତ୍ତର ରେ ମେୟର କହିଥିଲେ ଏମାନେ ନିଜର ପରିଚୟ ସୃଷ୍ଟି ପାଇଁ ଏହିଭଳି କାର୍ଯ୍ୟକ୍ରମ କରୁଛନ୍ତି ଏବଂ କୋଟି କୋଟି ଟଙ୍କାରେ ନିର୍ମିତ ଶୌଚାଳୟ ଗୁଡିକୁ ଆମେ ଦୁଇମାସ ମଧ୍ଯମରେ ଏସ୍.ଏଚ୍.ଜି. ଗୃପ୍ ମାଧ୍ୟମରେ କାର୍ଯ୍ୟକ୍ଷମ କରାଇବୁ ।
ମେୟରଙ୍କ କଥାକୁ ଧୂଆଁବାଣ ଦର୍ଶାଇ ସଙ୍ଗଠନ ତରଫରୁ ଅଭିଯୋଗ ହୋଇଥିଲା ଯେ, ଇତି ମଧ୍ୟରେ ୫ମାସ ବିତିଗଲାଣି, ମାତ୍ର ଶୌଚାଳୟ ଗୁଡ଼ିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଳାଯାଉନଥିବାରୁ, ବୋଧ ହୁଏ କୌଣସି ବାସ୍ତୁଦୋଷ ରହୁଛି ବୋଲି ଚିନ୍ତା କରି ସଙ୍ଗଠନ ପକ୍ଷରୁ ଏକ “ ବାସ୍ତୁ ଦୋଷ ନିବାରଣ ପୂଜା” ର ଆୟୋଜନ ମାତାମଠ ସ୍ଥିତ ଶୌଚାଳୟ ସାମ୍‌ନାରେ କରାଯାଇଥିଲା । ତେବେ ଏ ମଧ୍ୟରେ ପୁରୁଣା ନିର୍ମିତ ଶୌଚାଳୟଗୁଡିକୁ ଖୋଲାନଯାଇ ପୁଣି ତିନିକୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇ ଜନସାଧାରଣଙ୍କ ନିମନ୍ତେ ନୂଆ ସ୍ମାର୍ଟ ଟଏଲେଟ୍ ତିଆରି ହେବାର ଯୋଜନା କେଉଁଠି ନା କେଉଁଠି ଏକ ବିରାଟ ଦୁର୍ନୀତିର ଗନ୍ଧ ବାରିହେଉଛି ବୋଲି ସଙ୍ଗଠନର ସଭାପତି ଆଶୁତୋଷ ଦାସ ଅଭିଯୋଗ କରିବା ସହ ବନ୍ଦ ପଡ଼ିଥିବା ଶୌଚାଳୟକୁ ତୁରନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବାକୁ ଦାବୀ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁରେଶ ମହାନ୍ତି, ଗୁରୁପ୍ରସାଦ ସାହୁ, ଜ୍ଞାନ ରଞ୍ଜନ ଦାସ, ବାପୁଜି କର, ଜଗମୋହନ ଜେନା, ସୌମ୍ୟରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ଅଭିଷେକ ନନ୍ଦ, ମୁକେଶ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ପରମେଶ୍ବର ପରିଡ଼ା

Leave a Reply

Your email address will not be published. Required fields are marked *